ମୋଗଲ ସାମ୍ରାଜ୍ୟ
MOGHUL EMPIRE | |
---|---|
୧୫୨୬ – ୧୫୪୦ ୧୫୫୫ – ୧୮୫୭ | |
Flag | |
ବିସ୍ତୃତ ମୋଗଲ୍ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ର | |
ରାଜଧାନୀ | ଆଗ୍ରା (୧୫୨୬–୧୫୭୧) ଫତେପୁର ସିକ୍ରି (୧୬୪୮–୧୮୫୭) |
ସାଧାରଣ ଭାଷା | ପାର୍ସୀ (ସରକାରୀ ଭାଷା), ଉର୍ଦ୍ଦୁ (ସାର୍ବଜନିକ ଭାଷା) |
ଧର୍ମ | ଇସଲାମ୍ (1526–1857) ଦିନ୍-ଏ-ଇଲାହୀ (1582–1605) |
Government | ରାଜତନ୍ତ୍ର ଶାସନ, ସଙ୍ଗଠିତ ରାଜ୍ୟ୍, ସଙ୍ଘିୟ ଶାସନ ବ୍ୟବସ୍ଥା |
ପ୍ରଥମ ଓ ଶେଷ ସମ୍ରାଟ | |
History | |
୨୧ ଅପ୍ରିଲ୍ ୧୫୨୬ | |
• ସୂର ସମ୍ରାଟଙ୍କ ଆକ୍ରମଣ | ୧୫୪୦-୧୫୫୫ ମଧ୍ୟରେ |
• ଆଉରଙ୍ଗଜେବ୍ଙ୍କ ମୃତ୍ୟୁ | ୩ ମାର୍ଚ୍ଚ ୧୭୦୭ |
୨୧ ସେପ୍ଟେମ୍ବର ୧୮୫୭ | |
କ୍ଷେତ୍ରଫଳ | |
3,200,000 km2 (1,200,000 sq mi) |
ମୋଗଲ ସାମ୍ରାଜ୍ୟ(୧୫୨୬-୧୮୫୭) ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା । ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ୱୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା । ଏହି ସମୟରେ ଭାରତୀୟ ଉପମହାଦେଶର ଅଧିକାଂଶ ଭାଗକୁ ନିୟନ୍ତ୍ରଣାଧୀନ କରି ପୂର୍ବରେ ଆଧୁନିକ ବଙ୍ଗଳାଦେଶଠାରୁ ଆରମ୍ଭ କରି ପଶ୍ଚିମରେ ବଲୁଚିସ୍ତାନ ଓ ଉତ୍ତରରେ କାଶ୍ମୀରଠାରୁ ଆରମ୍ଭ କରି ଦକ୍ଷିଣରେ କାବେରୀ ଘାଟି ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।[୧]
୧୯୫୬ ମସିହାରେ ଜଲାଲୁଦ୍ଦୀନ୍ ମୋହମଦ୍ ଆକବର୍, ଯିଏ ମହାନ୍ ଆକବର ନାମରେ ପ୍ରସିଦ୍ଧ, ତାଙ୍କର ପଦଗ୍ରହଣ ସହିତ ଏହି ସାମ୍ରାଜ୍ୟର ଉକ୍ତୃଷ୍ଟ ସମୟ ଆରମ୍ଭ ହେଲା ଓ ସମ୍ରାଟ୍ ଆଉରଙ୍ଗଜେବଙ୍କ ନିଦ୍ଧନ ସହିତ ଶେଷ ହେଲା ।[୨]
ନାମଗୁଡିକ
[ସମ୍ପାଦନା]ସମସାମୟିକ ବ୍ୟକ୍ତିମାନେ ବାବୁରଙ୍କଦ୍ୱାରା ପ୍ରତିଷ୍ଠିତ ସାମ୍ରାଜ୍ୟକୁ ତୈମୁରୀ ବା ତୈମୁରିୟାନ ସାମ୍ରାଜ୍ୟ ବୋଲି କହିଥିଲେ, ଯାହା ନିଜେ ମୋଗଲମାନଙ୍କଦ୍ୱାରା ବ୍ୟବହୃତ ହୋଇଥିଲା|[୩]
ମୋଗଲ ସାମ୍ରାଜ୍ୟର ଆଉ ଏକ ନାମ ହିନ୍ଦୋସ୍ତାନ هِنْدوسْتان ଥିଲା, ଯାହା ଆଇନ୍-ଇ-ଆକବରୀରେ ରେକର୍ଡ କରାୟାଇଥିଲା, ଯାହା ସାମ୍ରାଜ୍ୟର ନିକଟତମ ନାମ ବୋଲି ବିବେଚନା କରାଯାଏ |[୪] ସାମ୍ରାଜ୍ୟ ପାଇଁ ମୋଗଲ ପ୍ରଶାସନିକ କାଗଜପତ୍ର ବିଲାଦ-ଇ-ହିନ୍ଦୋସ୍ତାନ بِلادِ هِنْدوسْتان କିମ୍ବା ହିନ୍ଦୋସ୍ତାନ ଦେଶ, ଏବଂ ବିଲାୟତ-ଇ-ହିନ୍ଦୋସ୍ତାନ وِلایتِ هِنْدوسْتان କିମ୍ବା ହିନ୍ଦୋସ୍ତାନ ଆଧିପତ୍ୟ ଭାବରେ ଉଲ୍ଲେଖ କରାୟାଇଛି |[୫] ସପ୍ତଦଶ ଶତକରେ ୟୁରୋପୀୟ ଯାତ୍ରୀମାନେ ମୋଗୁଲ Mogul ଶବ୍ଦକୁ ସମ୍ରାଟ ବା ସାମ୍ରାଜ୍ୟ ପାଇଁ ବ୍ୟବହାର କରୁଥିଲେ ।[୬]
ମୋଗୁଲ, କିମ୍ବା ମୁଗଲ କିମ୍ବା ମୁଘଲ ଶବ୍ଦ, ଏହା ମଙ୍ଗୋଲ ଶବ୍ଦର ଆରବୀୟ ଏବଂ ପାର୍ସୀ ଦୁର୍ନୀତିରୁ ଉତ୍ପନ୍ନ ବୋଲି ବିଶ୍ୱାସ କରାଯାଏ | ବାବରଙ୍କ ପରିବାର କିନ୍ତୁ ମଙ୍ଗୋଲମାନଙ୍କ ଅପେକ୍ଷା ପାରସୀ ସଂସ୍କୃତିରେ ଅଧିକ ଅଭ୍ୟସ୍ତ ଥିଲେ |
ଆରବୀରେ ମଧ୍ୟ ସାମ୍ରାଜ୍ୟର ନାମ ସଲ୍ତନତ-ଅଲ-ହିନ୍ଦୀୟା (ଆରବୀ: سَلْطَنَة الْهِنْدِيَّة) ଥିଲା, ଯାହା ସମ୍ରାଟ ରଙ୍ଗଜେବଙ୍କ ରାଜକୀୟ ଆଖ୍ୟା ବୋଲି ପ୍ରମାଣିତ ହୋଇଥିଲା |[୭]
ପ୍ରାରମ୍ଭିକ ଇତିହାସ
[ସମ୍ପାଦନା]୧୫୦୦ ଶତାବ୍ଦୀ ପ୍ରାରମ୍ଭ କାଳରେ ତୈମୂରୀ ରାଜବଂଶର ରାଜକୁମାର ବାବରଙ୍କଦ୍ୱାରା ଉମୈରିଡସ୍ ସାମ୍ରାଜ୍ୟର ସ୍ଥାପନା ହୋଇଥିଲା । ବାବର, ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । ୧୫୩୦ରେ ବାବରଙ୍କ ପୁତ୍ର ହୁମାୟୁନ୍ ଉକ୍ତ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ, କିନ୍ତୁ ପଶତୁନ୍ ଶେର୍ ଶାହ ସୂରୀଙ୍କଦ୍ୱାରା ପରାସ୍ତ ହୋଇଯାଇଥିଲେ। ୧୫୪୦ରେ ସେ ନିର୍ବାସିତ ଶାସକ ହୋଇ ରହିଥିଲେ । ପଶତୁନ୍ ଶେର୍ ଶାହ ସୂରୀଙ୍କ ମୃତ୍ୟୁ ପରେ, ହୁମାୟୁନ୍ ୧୯୫୫ ମସିହାରେ ଦିଲ୍ଲୀକୁ ପୁନଃ ଅଧିଗ୍ରହଣ କରିଥିଲେ । ମୋଗଲ ସାମ୍ରାଜ୍ୟ ବିସ୍ତାରର ଗୋଟିଏ ବଡ଼ ଅଧ୍ୟାୟ ଆକବରଙ୍କ ଶାସନ କାଳ(୧୫୫୬-୧୬୦୫) ମଧ୍ୟରେ ନିପୁଣ ହୋଇଥିଲା । ବର୍ତ୍ତମାନର ଭାରତୀୟ ଉପମହାଦ୍ୱୀପର ଉତ୍ତରାଧିକାରୀ ଜାହାଙ୍ଗୀର,ଶାହଜହାଁନ୍ ଏବଂ ଔରଙ୍ଗଜେବ ଏହି ସାମ୍ରାଜ୍ୟକୁ ଗୋଟିଏ ପ୍ରମୁଖ ଶକ୍ତି ରୂପେ ରଖିପାରିଥିଲେ । ଆକବରଙ୍କ ରାଜତ୍ୱ କାଳରେ ଦେଶରେ ଧାର୍ମିକ ସଦ୍ ଭାବନା,ଭାଇଚାରା,ସାମଜିକ ସଂହତି ସହ ଅର୍ଥନୈତିକ ପ୍ରଗତି ହୋଇଥିଲା ।[୮]
ମୋଗଲ ସମ୍ରାଟଙ୍କ ତାଲିକା
[ସମ୍ପାଦନା]ସମ୍ରାଟ | ଜନ୍ମ | ରାଜତ୍ୱ | ମୃତ୍ୟୁ | କୀର୍ତ୍ତି |
---|---|---|---|---|
ବାବର | ୨୩ ଫେବୃଆରୀ ୧୪୮୩ | ୧୫୨୬–୧୫୩୦ | ଡିସେମ୍ବର ୧୫୩୦ | ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । |
ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍ | ୦୬ ମାର୍ଚ୍ଚ ୧୫୦୮ | ୧୫୩୦-୧୫୪୦ | ଜନୁଆରୀ ୧୫୫୬ | ଜଣେ ଯୁବକ ଓ ପ୍ରଶାସନିକ ଅନୁଭବ ନଥିବା ଯୋଗୁଁ ସେ ସୂରୀ ରାଜବଂଶୀୟ ସମ୍ରାଟ ଶେର୍ ଶାହା ସୂରୀଙ୍କଦ୍ୱାରା ପରାସ୍ତ ହୋଇ ଗାଦିଚ୍ୟୁତ ହୋଇଥିଲେ । |
ଶେର୍ ଶାହା ସୂରୀ | ୧୪୭୨ | ୧୫୪୦-୧୫୪୫ | ମଈ ୧୫୪୫ | ହୁମାୟୁନ୍ଙ୍କୁ ଗାଦିଚ୍ୟୁତ କରି ସୂର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ |
ଇସଲାମ୍ ଶାହା ସୂରୀ | ୧୫୦୦ | ୧୫୪୫-୧୫୫୪ | ଜୁନ୍ ୧୫୫୪ | ସୂର ସାମ୍ରାଜ୍ୟର ଦ୍ୱିତୀୟ ଓ ଶେଷ ସମ୍ରାଟ ଭାବେ ପରିଚିତ |
ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍ | ୦୬ ମାର୍ଚ୍ଚ ୧୫୦୮ | ୧୫୫୫-୧୫୫୬ | ଜନୁଆରୀ ୧୫୫୬ | ମୋଗଲ୍ ସାମ୍ରାଜ୍ୟକୁ ପୁନଃସଙ୍ଗଠିତ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ପୁତ୍ର ଆକବର ଉକ୍ତ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ । |
ଜଲାଲୁଦ୍ଦୀନ ମୋହମ୍ମଦ ଆକବର | ୧୪ ନଭେମ୍ବର ୧୫୪୨ | ୧୫୫୬-୧୬୦୫ | ୨୭ ଅକ୍ଟୋବର ୧୬୦୫ | ମୋଗଲ୍ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଓ ଉତ୍କୃଷ୍ଟ ସମ୍ରାଟ ଭାବେ ପରିଚିତ । ୨ୟ ପାନୀପଥ ଯୁଦ୍ଧରେ ହେମୁଙ୍କୁ ପରାସ୍ତ କରି ସେ ଚିତ୍ତୋଗଡ ଓ ରନ୍ଥାମ୍ବୋର୍ ଦୁର୍ଗକୁ ନିଜ ସାମ୍ରାଜ୍ୟ ଅଧିକୃତ କାରିଥିଲେ, ଓ ମୋଗଲ ସାମ୍ରାଜ୍ୟରେ ଅଧିକା ଅଞ୍ଚଳ ଯୋଡି ପାରିଥିଲେ । ସେ ଯୋଧାବାଇ ନାମକ ହିନ୍ଦୁ ରାଜପୂତ କନ୍ୟଙ୍କୁ ବିବାହ କରିଥିଲେ । |
ନୁରୂଦ୍ଦୀନ ମୋହମ୍ମଦ ଜହାଙ୍ଗୀର | ଅକ୍ଟୋବର ୧୫୬୯ | ୧୬୦୫-୧୬୨୭ | ୧୬୨୭ | ପ୍ରଥମ ମୋଗଲ୍ ସମ୍ରାଟ ଯିଏ ବ୍ରିଟିଶ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି ସହ ଖୋଲା ସମ୍ପର୍କ ରଖିଥିଲେ । ସେ ସର୍ବଦା ମଦ ନିଶାଗ୍ରସ୍ତ ହୋଇ ରହୁଥିଲେ, ତେଣୁ ତାଙ୍କ ବେଗମ୍ ନୂର୍ ଜହାନ୍ ସାମ୍ରାଜ୍ୟକୁ ସମ୍ଭାଳି ଶାସନ କରୁଥିଲେ । |
ଶାହାବୁଦ୍ଦୀନ ମୋହମ୍ମଦ ଶାହଜହାନ୍ | ୫ ଜାନୁଆରୀ ୧୫୯୨ | ୧୬୨୭-୧୬୫୮ | ୧୬୬୬ | ଶାହାଜହାନଙ୍କ ରାଜତ୍ୱ କାଳରେ ମୋଗଲ୍ କଳା ଓ ସ୍ଥାପତ୍ୟ ଚରମ ବିନ୍ଦୁରେ ପହଞ୍ଚିଥିଲା । ଅନେକ ମୋଗଲ୍ ସ୍ଥାପତ୍ୟ ଯଥା:- ତାଜ୍ ମହଲ୍, ଜମ୍ମା ମସଜିଦ୍, ଲାଲ୍ କିଲ୍ଲା, ଜାହାଙ୍ଗୀର୍ ମ୍ୟୁଜିୟମ୍ ଓ ଶଲିମାର୍ ଗାର୍ଡନ୍(ଲହୋର୍)ଇତ୍ୟାଦି ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ ଓ ପ୍ରତୀକ । ସେ ନିଜ ପୁତ୍ର ଆଉରଙ୍ଗଜେବଙ୍କଦ୍ୱାରା ଗାଦିଚ୍ୟୁତ ହୋଇଥିଲେ । |
ମୋଇନୁଦ୍ଦୀନ ମୋହମ୍ମଦ ଔରଙ୍ଗଜେବ ଆଲମଗୀର | ୨୧ ଅକ୍ଟୋବର ୧୬୧୮ | ୧୬୫୮-୧୭୦୭ | ୩ ମାର୍ଚ୍ଚ ୧୭୦୭ | ସେ ଇସଲାମିକ ଆଇନର ପୁନ୍ଃବ୍ୟାଖ୍ୟା କରି ଶରିଆ ଆଇନ ବଳରେ ଫତ୍ୱା-ଏ-ଅଲମଗିର ପ୍ରଥାକୁ ପ୍ରଚଳନ କରିଥିଲେ ।ସେ ଗୋଲକୋଣ୍ଡା ସୁଲତାନଙ୍କ ହୀରାପଥର ଖଣିକୁ ଅଧିକୃତ କରିଥିଲେ । ନିଜ ଜୀବନର ଶେଷ ୨୭ ବର୍ଷ ସେ ମରାଠାମାନଙ୍କ ବିରିଧରେ ଯୁଦ୍ଧ ଲଢି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ନିଜ ପୂର୍ବବର୍ତିଙ୍କ ତୁଳନାରେ ସେ ଅନେକ ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଆକ୍ରମଣ କରି, ଲୋକଙ୍କୁ ଧର୍ମାନ୍ତରଣ କରୁଥିଲେ ।[୯] ଡେକନ୍ ଅଭିଯାନ ସମୟରେ ସେ ମୃତ୍ୟୁବରଣ କରିଥିଲେ ।[୧୦] |
ବହାଦୁରଶାହା ଜଫର୍ | ୧୪ ଅକ୍ଟୋବର ୧୬୪୩ | ୧୭୦୭-୧୭୧୨ | ଫେବୃଆରୀ ୧୭୧୨ | ପ୍ରଥମ ମୋଗଲ ସମ୍ରାଟ ଯିଏ ବିଦ୍ରୋହ ଓ ଅସଜଡା ସାମ୍ରାଜ୍ୟକୁ ସଫଳତାର ସହ ଶାସନ କରିଥିଲେ । ତାଙ୍କ ରାଜ୍ଜତ୍ୱ ପରେ ନେତୃତ୍ୱର ଅଭାବ ଯୋଗୁଁ ମୋଗଲ ସାମ୍ରାଜ୍ୟର କ୍ଷୟ ଘଟିବା ଆରମ୍ଭ ହେଲା । |
ଜହାନ୍ଦର୍ ଶାହା | ୧୬୬୪ | ୧୭୧୨-୧୭୧୩ | ଫେବୃଆରୀ ୧୭୧୩ | ସେ କେବଳ ନିଜର ମୁଖ୍ୟମନ୍ତ୍ରୀ ଜୁଲ୍ଫିକର ଖାଁଙ୍କଦ୍ୱାରା ସାମ୍ରାଜ୍ୟକୁ ପରିଚାଳିତ କରୁଥିଲେ । ଜହାନ୍ଦର୍ ଶାହାଙ୍କ ଅପାରଗ ଶାସନ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାକୁ ଅତି ନିଚସ୍ତରକୁ ନେଇଯାଇଥିଲା |
ଫାରୁଖସିଆର୍ | ୧୬୮୩ | ୧୭୧୩-୧୭୧୯ | ୧୭୧୯ | ୧୭୧୭ରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗ ଅଞ୍ଚଳରେ ଶୁଳ୍କମୁକ୍ତ ବ୍ୟାପାର କରିବା ପାଇଁ ଅନୁମତି ଦେଇ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ |
ନିକୁସିଆର୍ | ଅଜଣା | ୧୭୧୯ | ୧୭୪୩ | -- |
ମୋହମ୍ମଦ୍ ଇବ୍ରାହିମ୍ | ଅଜଣା | ୧୭୨୦ | ୧୭୪୪ | -- |
ମୋହମ୍ମଦ୍ ଶାହା | ୧୭୦୨ | ୧୭୨୦-୧୭୪୮ | ୧୭୪୮ | ୧୭୩୯ରେ ପାର୍ସୀର ନାଦୀର-ଶାହଙ୍କଦ୍ୱାରା ଆକ୍ରମିତ ହୋଇଥିଲେ |
ଅହମ୍ମଦ୍ ଶାହା ବାହାଦୁର୍ | ୧୭୨୫ | ୧୭୪୮-୧୭୫୪ | ୧୭୭୫ | -- |
ଆଲମଗିର୍ ୨ | ୧୬୯୯ | ୧୭୫୪-୧୭୫୯ | ୧୭୫୯ | ମରଠା ସମ୍ରାଟ ସଦାଶିବରାଓ ଭାଓଙ୍କଦ୍ୱାରା ମୃତ୍ୟୁବରଣ କରିଥିଲେ |
ଶାହାଜହାନ୍ ତୃତୀୟ | ଅଜଣା | ୧୭୫୯ ମଧ୍ୟରେ | ୧୭୭୨ | ମରାଠା ସର୍ଦ୍ଦାରଙ୍କଦ୍ୱାରା ପଦଚ୍ୟୁତ ହୋଇଥିଲେ [୧୧] |
ଶାହା ଅଲାମ୍ ୨ | ୧୭୨୮ | ୧୭୫୯-୧୮୦୬ | ୧୮୦୬ | ବକ୍ସାର୍ ଯୁଦ୍ଧରେ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀଠାରୁ ପରାସ୍ତ ହୋଇ ଆଲ୍ଲାହାବାଦ୍ ଚୁକ୍ତି ଦାରା ଦିଲ୍ଲୀ ତ୍ୟାଗ କରିଥିଲେ । ତାଙ୍କ ରାଜତ୍ୱ କାଳରେ ୧୭୯୩ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ, ନିଜାମତ୍(ମୋଗଲ୍ ଆଧିପତ୍ୟ)କୁ ଖଣ୍ଡନ କରି ବଙ୍ଗ ଅଞ୍ଚଳକୁ ବ୍ରିଟିଶ୍ ସାମ୍ରାଜ୍ୟଭୁକ୍ତ କରିଥିଲା । ୧୮୦୩ରେ ଔପଚରିକ ରୂପେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂରକ୍ଷଣ ସ୍ୱୀକାର କରିଥିଲେ । |
ଆକବର ଶାହା ଦ୍ୱିତୀୟ | ୧୭୬୦ | ୧୮୦୬-୧୮୩୭ | ୧୮୩୭ | ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷା ବଳୟରେ ରହି, ନାମକୁ ମାତ୍ର ସମ୍ରାଟ ରୂପେ କାର୍ଯ୍ୟ କରୁଥିଲେ |
ବାହାଦୁର୍ ଶାହା ୨ | ୧୭୭୫ | ୧୮୩୭-୧୮୫୭ | ୧୮୬୨ | ଶେଷ ମୋଗଲ୍ ସମ୍ରାଟ ଭାବେ ଜଣାଶୁଣା,ଯିଏ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପନୀଦ୍ୱାରା ୧୮୫୮ ମସିହାରେ ଗାଦିଚ୍ୟୁତ ହୋଇଥିଲେ । ତାଙ୍କ ମୃତ୍ୟୁ ସହ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟିଥିଲା |
ଭାରତୀୟ ଉପମହାଦ୍ୱୀପରେ ମୋଗଲ୍ ପ୍ରଭାବ
[ସମ୍ପାଦନା]ଭାରତୀୟ ଉପମହାଦ୍ୱୀପରେ ମୋଗଲ୍ ମାନଙ୍କ ବାସ୍ତୁକଳା ଓ ସ୍ଥାପତ୍ୟ ଏକ ପ୍ରମୁଖ ଯୋଗଦାନ ଏବଂ ନିଦର୍ଶନ ଆଟେ । ଏହି ସମୟରେ ମୁସଲିମ୍ ସମ୍ରାଟ୍ ମାନଙ୍କଦ୍ୱାରା ଅନେକ ଐତିହାସିକ ସ୍ମାରକ ସବୁ ସ୍ଥାପନ କରାଯାଇଛି । ମୋଗଲ୍ ସମ୍ରାଟମାନେ ଭବ୍ୟ ମହଲ୍, କବ୍ର୍, ମୀନାର୍ ଓ ଦୁର୍ଗ ସବୁ ତିଆରି ହୋଇ ଆଜି ଦିଲ୍ଲୀ, ଢାକା, ଆଗରା, ଜୟପୁର, ଲାହୋର, ଶେଖପୁରା ଏବଂ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଅନେକ ସ୍ଥାନରେ ମୋଗଲ୍ କଳା ଓ ସ୍ଥାପତ୍ୟର ମୁକସାକ୍ଷି ରୂପେ ପ୍ରମାଣ ଦେଉଅଛି । ସେମାନଙ୍କଦ୍ୱାରା ନିର୍ମିତ ତାଜମହଲ୍, ଜମ୍ମାମସଜିଦ୍, ଲାଲ୍ କିଲ୍ଲା ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ । [୧୨] ଭାରତୀୟ ଇତିହାସରେ ଅନ୍ୟ ସାମ୍ରାଜ୍ୟ ତୁଳନାରେ ମୋଗଲ୍ ସାମ୍ରାଜ୍ୟ ଭାରତୀୟ,ଈରନୀ ଓ ମଧ୍ୟ ଏସିଆର କଳାତ୍ମକ,ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରାର ଏକ ସମିଶ୍ରଣ ଅଟେ । ଭାରତର ଉଭୟ ହିନ୍ଦୁ ଓ ମୁସଲମାନ୍ ପରମ୍ପରା, ସଂସ୍କୃତି, ଅଦଲତ ଶୈଳୀ ଉପରେ ସେମାନଙ୍କର ଭାରୀ ପ୍ରଭାବ ଥିଲା । ତଥାପି ଭାରତୀୟ ସାମାଜ ଓ ସଂସ୍କୃତି ପାଇଁ ମୋଗଲମାନେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ ।[୧୩] ସେଥି ମଧ୍ୟରୁ:-
- କେନ୍ଦ୍ରୀକୃତ ସରକାର ଓ ସଙ୍ଘୀୟ ଶାସନ ବ୍ୟବସ୍ଥାର ପ୍ରଚଳନ
- ପାର୍ସୀ କଳା ଓ ସଂସ୍କୃତିର ଭାରତୀୟ କଳା ଓ ସଂସ୍କୃତି ସହ ସମ୍ମୀଳନ
- ଉର୍ଦ୍ଦୁ ଭଷା ଯାହା ସ୍ଥାନୀୟ ହିନ୍ଦୀ ଭାଷାରୁ ଉଦ୍ଭବ ହୋଇ ପରବତ୍ତୀ ସମୟରେ ପାର୍ସୀ,ତୁର୍କୀ ଓ ଆରବୀ ଭାଷାର ସମିଶ୍ରଣରେ ବିକଶିତ ହୋଇଥିଲା । ଆଧୁନୀକ ହିନ୍ଦୀ ଭାଷାରେ,ସଂସ୍କୃତ ଆଧାରିତ ଶବ୍ଦାବଳୀ ଏବଂ ପାର୍ସୀ,ଆରବୀ ଓ ତୁର୍କୀର ଋଣଶବ୍ଦର ବ୍ୟବହାର କରାଯାଉଛି ।
- ବାସ୍ତୁ କଳା ଓ ସ୍ଥାପତ୍ୟର ଏକ ନୂତନ ଶୈଳୀ
ଆଧାର
[ସମ୍ପାଦନା]- ↑ "ମୋଗଲ ସାମ୍ରାଜ୍ୟ ଇତିହାସ". Historyworld. Retrieved 26 September 2015.
- ↑ "ଭାରତରେ ମୋଗଲ୍ ସାମ୍ରାଜ୍ୟ". About.com. Retrieved 26 September 2015.
- ↑ Avari, Burjor (2013). Islamic Civilization in South Asia: A History of Muslim Power and Presence in the Indian Subcontinent (in ଇଂରାଜୀ). Routledge. ISBN 978-0-415-58061-8.
- ↑ Vanina, Evgenii͡a I͡Urʹevna (2012). Medieval Indian Mindscapes: Space, Time, Society, Man (in ଇଂରାଜୀ). Primus Books. ISBN 978-93-80607-19-1.
- ↑ Levtzion, Nehemia; Levtsiyon, Neḥemyah, eds. (1979). Conversion to Islam (1. publ ed.). New York, NY: Holmes & Meier. ISBN 978-0-8419-0343-2.
- ↑ Fontana, Michela; Fontana, Michela (2011). Matteo Ricci: a Jesuit in the Ming Court. Lanham, Md.: Rowman & Littlefield. ISBN 978-1-4422-0588-8.
- ↑ https://web.archive.org/web/20150923175254/http://www.asiaurangabad.in/pdf/Tourist/Tomb_of_Aurangzeb-_Khulatabad.pdf
- ↑ "ମୋଗଲ୍ ସାମ୍ରାଜ୍ୟ-ଆକବରଙ୍କ ରାଜତ୍ୱ". WebIndia123. Retrieved 26 September 2015.
- ↑ "History of Aurangzib". Calcutta M.C. Sarkar. Retrieved 26 September 2015.
- ↑ "Aurangzeb". Blogger. Retrieved 26 September 2015.
- ↑ "ଶାହାଜହାଁ ତୃତୀୟ". google books. Retrieved 26 September 2015.
- ↑ "ମୋଗଲ୍ ବାସ୍ତୁକଳା". infoplease. Retrieved 26 September 2015.
- ↑ "ମୋଗଲ୍ କଳା ଓ ସ୍ଥାପତ୍ୟ". Google web. Retrieved 26 September 2015.